Tumgik
kabita-minar · 2 years
Text
ଗାଁ ର ଦୁଃଖ - ପ୍ରଭୁ ରଞ୍ଜନ,
ଗାଁ ର ଦୁଃଖ – ପ୍ରଭୁ ରଞ୍ଜନ,
ହଜି ଯାଇଛି ଆଜି ସେଇ ଗାଁ ର ପୁରୁଣା ସ୍ମୃତି, ଲିଭି ଗଲାଣି ନାନାବାୟା ଗୀତ ଆଉ ଲଣ୍ଠନ ବତି। ଆଉ ଉଡୁ ନାହିଁ ସେ ଗାଁ ଦାଣ୍ଡ ର ଧୂଳି, ଶୁଭେ ନାହିଁ ଗୌଡର ଗାଈଗୋଠ ଗହଳି । ନା ଅଛି ଆଉ ସେଇ ଓଦା ମାଟି ର ବାସ୍ନା, ଜଳୁନି ଆଉ ମିଞ୍ଜି ଆଲୁଅରେ ସଞ୍ଜ କନା। ଆଉ ନାହିଁ ସେ ମାଟି କାନ୍ଥ ର ପଇସା ଠଣା, ଲୁଚି ଯାଇଛି ସେ ଶବଦ ଭରା ଢିଙ୍କି ପେଷଣା। ଡାକୁନି ଆଉ ଡାକ ବାଲା ଦାଣ୍ଡ ମୁହଁକୁ ଆସି, ଭାବ ଭରା ଚିଠି ଲେଖି ହଉ ନାହିଁ ଆମ୍ବତୋଟା ରେ ବସି । ନାହିଁ ଆଉ ସେଇ ଚାଳ ଘର ମାଟି ଲିପା ଗୋବର ମନେ…
Tumblr media
View On WordPress
0 notes
kabita-minar · 2 years
Text
MY KINDA LOVE - Amrita Das
MY KINDA LOVE – Amrita Das
MY KINDA LOVE All I would be kind If you will be totally mine If something will come in between Then I swear I will be keen No stage of mean Either of fine or pine It’s only depend on you my munchkin And you are the only one who can make my eyes shine Let’s cheers with a sip of wine! Name :- Amrita Das Address :- Odisha University of Technology and Research , Bhubaneswar.
Tumblr media
View On WordPress
0 notes
kabita-minar · 2 years
Text
Oh! My Dear Face - Ananta Kumar Singh
Oh! My Dear Face – Ananta Kumar Singh
Oh! My Dear Face Oh! My Dear Face Never be upset I didn’t come to pimples I didn’t come to dimples Oh! My dear face Never be upset I didn’t come to wrinkles I didn’t come to mind rankles Oh! My Dear Face Never be upset. Poet Biography – Ananta Kumar Singh is an Indian poet. He hails from Bargarh in the Indian state of Odisha. He is studying English literature at Ravenshaw University, Cuttack.
Tumblr media
View On WordPress
0 notes
kabita-minar · 2 years
Text
ସେହି ପରା ଆମ ମାଆ - ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ
ସେହି ପରା ଆମ ମାଆ – ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ
ମମତା ପ୍ରେମର ମୃତ୍ତିଟିଏ ସିଏ ବିପଦେ ଆପଦେ ସାହା ସିଏ ଥିଲେ ଆମ ଶକ୍ତି ବଢିଯାଏ ସେଇପରା ଆମ ମାଆ || ସବୁଠାରୁ ମଧୁର ପୁଣି ସୁନ୍ଦର ଶବଦ ଟିଏ ପରା ମା ତାହାରି କୋଳଟି କେଡେ ନିରାପଦ ଶାନ୍ତି ନିଦ ହୁଏ ଆହାଃ || ପଣତ କାନିଟି ତା କେଡେ ନିଜର ଭାରି ଭଲ ଲାଗେ ମୋତେ ତାର ବଳିଦାନ ବ୍ୟାପିଯାଇଅଛି ମାଟିରୁ ଆକାଶ ସତେ || କେତେ କଷ୍ଟ ସହି ସନ୍ତାନ ପ୍ରସବି ଆନନ୍ଦେ ଅଶ୍ରୁ ଝରାଏ ପୁଣି ଝଡ଼ ସହି ବଢ଼ାଇ କୁଢ଼ାଇ ମଣିଷ ଟିଏ କରିଥାଏ || ସେ ଅଟେଇ ଆମ ପ୍ରଥମ ଶିକ୍ଷକ ସ୍ନେହରେ ଶିକ୍ଷାଟିଦିଏ ଆମ…
Tumblr media
View On WordPress
0 notes
kabita-minar · 2 years
Text
ଜଗତକୁ ରଖ ହେ କୃପାସିନ୍ଧୁ - ରଞ୍ଜନ କୁମାର ପଣ୍ଡା
ଜଗତକୁ ରଖ ହେ କୃପାସିନ୍ଧୁ – ରଞ୍ଜନ କୁମାର ପଣ୍ଡା
  ଦୁଃଖରେ ହେଉ କି ସୁଖରେ ହେଉ ତୁମ ନାମ ପ୍ରଭୁ ମୋ ତୁଣ୍ଡେ ଥାଉ । ଦୀନବନ୍ଧୁ ବୋଲି ଗୁହାରୀ ମୋର ସତ ହହିବାକୁ ଲାଗୁଛି ଡର । ତଥାପି କହୁଛି ଶୁଣ ଠାକୁ��େ ଚକାଆଖି ମୋର ଆସ ସତ୍ୱରେ । ଦେଖିବ ଜଗତ ମିଛର ଘର ନିଜ ଲୋକ ଏଠି ସବୁଠୁ ପର । ମିଛ ବାକ୍ୟ ଆଉ ଟାହି ଟାପରା ଚାଲିଛି ଦେଖିବ ଜଗତ ସାରା । ନିଜ ଭାଇ ବନ୍ଧୁ ପର ସାଜନ୍ତି ପର ଲୋକ ଏଠି ସ୍ୱାର୍ଥ ଖୋଜାନ୍ତି । ବୃଦ୍ଧ ପିତାମାତା ଜରା ନିବାସେ ପୁତ୍ର କନ୍ୟା ଛନ୍ତି ନିଜ ଉଆସେ । ଧର୍ମ ନାମେ ଏଠି ଅଧର୍ମ ଚାଲେ ପୁଣ୍ୟ ଦେବାଳୟେ ପାପୀଙ୍କ…
Tumblr media
View On WordPress
0 notes
kabita-minar · 2 years
Text
ଜଣାଣ - ପିତାମ୍ବର ମାଝୀ
ଜଣାଣ – ପିତାମ୍ବର ମାଝୀ
  ଅକ୍ଷୟ ତୃତୀୟା ଦିନଠାରୁ ତୁମ ରଥ କାର୍ଯ୍ଯ ଆରମ୍ଭିଲା କେବେ ହେବ ତୁମ ରଥଯାତ୍ରା ପ୍ରଭୁ କୁହ ଥରେ ଚକାଡ଼ୋଳା l ଦେଖିବାକୁ ତୁମ ବାମନ ରୂପକୁ ମନ ମୋର ବଳିଲାଣି ମାଉସୀ ମନ୍ଦିର ପୋଡ଼ ପିଠା ଖାଇ ରଥ ନେଉଥିବି ଟାଣି l ରଥରେ ବସିଣ କଳା ଠାକୁର ହେ ଝୁଲିଝୁଲି ଆସୁଥିବ ତୁମ ଦରଶନେ ଆନନ୍ଦ ଲଭିବି ନେତ୍ର ମୋ ପବିତ୍ର ହେବ l କଳୁଷିତ ମୋର ଏ ତୁଚ୍ଛ ଶରୀରୁ ପାପ ରାଶି ହେବ ଧୋଇ ହୃଦ ନନ୍ଦିଘୋଷେ ବିରାଜ କରିଲେ ମୁକତି ଲଭିବି ମୁହିଁ l ପତିତପାବନ ବାନା ଉଡ଼ାଉଛ ପତିତ ଉଦ୍ଧାର ପାଇଁ ରଥ ଦଉଡ଼ିକୁ…
Tumblr media
View On WordPress
0 notes
kabita-minar · 2 years
Text
ଛାଇ ଆଲୁଅ - ଶ୍ରୀରାମ ସାହୁ
ଛାଇ ଆଲୁଅ – ଶ୍ରୀରାମ ସାହୁ
  ପ୍ରବଞ୍ଚକ ଦୃଶ୍ୟମାନ ଜଗତ ହୁତୁହୁତୁ ହୋଇ ନିଆଁ ଜଳୁଛି। ସାବଧାନ ହୋଇ ଚଳି ନ ଜାଣିଲେ ପୋଡ଼ି ମାରିବାକୁ ହେବ।   ଦେଖିଲେ ଶୁଣିଲେ ଯିଏବି କହିବ ଛି… ଛି.. ଭଲ ହୋଇଛି। କୁକର୍ମର ଫଳ ଏଠି ଭୋଗିବ ନାହିଁତ ଭୋଗିବ କେଉଁଠି।   ପାଠପଢି କିଛି ଲାଭନାହିଁ ଯଦି ଶୁନ୍ୟ ବୁଦ୍ଧିଜ୍ଞାନ। ଧନସମ୍ପଦ ସବୁ ଅକାରଣ ହୁଏଯେବେ ଚରିତ୍ର ସ୍ଖଳନ।   ସଞ୍ଜମତା ନ ରଖିଲେ ଲୋକହସା ତମାମ ଆୟୁଷ। ଚାଲିଛି ଚାଲୁଥିବ ଛାଇ ଆଲୁଅ ନିୟତିର ଖେଳ।।   ଶ୍ରୀରାମ ସାହୁ ଫୁଲବାଣୀ।କନ୍ଧମାଳ।
Tumblr media
View On WordPress
0 notes
kabita-minar · 2 years
Text
ଚପଲ - ପଦ୍ମିନୀ ନାଏକ
ଚପଲ – ପଦ୍ମିନୀ ନାଏକ
ରଙ୍ଗ ବେରଙ୍ଗୀର ଆହାକି ସୁନ୍ଦର ସଭିଙ୍କର ପ୍ରିୟ ଭାରୀ ଆପଣାର ନାଁ ଟି ତାର ଚପଲ ସଭିଙ୍କ ପାଦରେ ପାଉଥାଏ ଶୋଭନୀୟ ।। ଭିନ୍ନ ଭିନ୍ନ ନମ୍ବର ଭିନ୍ନ ତାର ନାମ ଛୋଟଠାରୁ ବଡ ସଭିଏଁ କରନ୍ତି ବ୍ୟବହାର ନାଁ ଟି ତାର ଚପଲ ଛିଡିଗଲାପରେ ସଭିଏଁ କରନ୍ତି ଅନାଦର ।। ଖରା,ବରଷା,ଶୀତ,କାକର ବାଲି,ଗୋଡି,ମାଟି,କଣ୍ଟାର ଆଘାତ ସହି ନାଁ ଟି ତାର ଚପଲ ଫୁଟଉଥାଏ ସଭିଙ୍କ ମୁଖରେ ଆନନ୍ଦର ଲହରୀ ।। ମନରେ ନ ଥାଏ ତାର ଟିକେ ବି ଦ୍ବିଧା କିଛି ମଣିଷ ତାକୁ ନେଇ କରନ୍ତି ବେୟୁସା ନାଁ ଟି ତାର ଚପଲ ପରିବାର…
Tumblr media
View On WordPress
0 notes
kabita-minar · 2 years
Text
ବେଶ୍ୟାର କାହାଣୀ - ଡ଼. ମୃତ୍ୟୁଞ୍ଜୟ ସାହୁ
ବେଶ୍ୟାର କାହାଣୀ – ଡ଼. ମୃତ୍ୟୁଞ୍ଜୟ ସାହୁ
  ହଁ ମୁଁ ବେଶ୍ୟା ପୁରୁଷର କାମନାର ଜ୍ୱାଳାକୁ ନିଜ ଶରୀରରେ ସମାଧି ଦେଇ, ସମାଜ ଆଗରେ ପାଲଟି ଯାଇଛି ଏକ ବେଶ୍ୟା | ଜାଣେ ମୋର ନିର୍ଦ୍ଦିଷ୍ଟ ଠିକଣା ନାହିଁ, ରାତି ପାହିଗଲେ ଠିକଣା ବଦଳି ଯାଏ ଆଉ ବଦଳାଏ ପୁରୁଷଙ୍କୁ ଦେହର ପୋଷାକ ଭଳି | ତଥାପି ବି କେବେ ହାର ମାନିନି ହାତ ପତେଇନି ଗଣ୍ଡିଏ ଖାଇ ଖଣ୍ଡିଏ ପିନ୍ଧିବାକୁ ଏ ରାକ୍ଷସ ରକ୍ତ ମାଂସ ଲୋଭି ସମାଜ ଆଗରେ | ଅର୍ଥର ପଟି ସ୍ୱାର୍ଥର ଚକ୍ଷୁରେ ବାନ୍ଧି ଜଳୁଥିବା ଦେହର ଜ୍ୱାଳାକୁ ମେଣ୍ଟାଇଲା ପରେ କେବେ ବି ପ୍ରତିବାଦ କରିନି ଇଜ୍ଜତର…
Tumblr media
View On WordPress
0 notes
kabita-minar · 2 years
Text
ତମେ ଯେବେ ମତେ କହିବ ପ୍ରୀୟସି - ସୁରେନ୍ଦ୍ର କୁମାର ବେହେରା
ତମେ ଯେବେ ମତେ କହିବ ପ୍ରୀୟସି – ସୁରେନ୍ଦ୍ର କୁମାର ବେହେରା
  ତମେ ଯେବେ ମତେ କହିବ ପ୍ରେୟସୀ ଗଢ଼ିଦେବି ପ୍ରୀତି ତାଜ ଫଗୁଣର ମତୁଆଲା ପବନରେ ପ୍ରେମରେ କରିବ ରାଜ ।1। ସାଗର ବେଳାରେ ଝାଉଁ ବଣ ଧାରେ ଗୋଧୂଳି ବେଳାରେ ବୁଲି ମନର ଭାବକୁ ଚାହାଣୀରେ କହି ହସିଦେଵ ଖିଲିଖିଲି ।2। ସଞ୍ଜନଇଁଗଲେ ହାତ ଛାଡ଼ିଦେଇ ଚାଲିଯିବ ମନ ଦେଇ ରାତିର ଶେଯରେ ତମ କଥାଭାବି ଝରକାରେ ଥିବି ଚାହିଁ ।3। ମୋକାବ୍ୟ ନାୟିକା ରୂପସୀ ପ୍ରେମିକା କବିତା ଛନ୍ଦରେ ଆସି ମନର ଭାବକୁ କାବ୍ୟ ରୂପଦେଵ ପାଖକୁ ଆଉଜି ବସି ।4। ବୈଶାଖ ତାତିରେ ତମେ କୃଷ୍ଣଚୂଡ଼ା ଶ୍ରାବଣେ ଶ୍ରାବଣୀ…
Tumblr media
View On WordPress
0 notes
kabita-minar · 2 years
Text
ମୁଁ ଝିଅ ଟିଏ ବୋଲି - ସାଗରିକ ସାମଲ
ମୁଁ ଝିଅ ଟିଏ ବୋଲି – ସାଗରିକ ସାମଲ
  ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି ଜନମ ଆଗରୁ ଲିଙ୍ଗ ନିରୂପଣ କରି ଭୃଣରୁ ହିଁ ମରୁଛି , ଜନମ ପରେ ବି , ଝିଅ ଜନମ କରିଛି ବୋଲି ମା କୁ ମୋର ନାନା ଲାଞ୍ଚନା ମିଳୁଛି ମା ମୋର ଗୁମୁରି ଗୁମୁରି କାନ୍ଦୁଛି ମୋ ପାଇଁ ସଂସାର ଟା ସହ ଲଢ଼ୁଛି ଆଉ ମୁଁ ଝିଅ – ପୁଅ ଭେଦଭାବରେ ବଡହେଉଛି , ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି | ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି | ଖାଇବା ଥାଳିରୁ ପାଠ ପଢିବାଯାଏ ସବୁଥିରେ ମୁଁ ଖୁଣ୍ଟା ଖାଉଛି ଘର ଠାରୁ ବାହାରଜାଏ ମୁଁ ଅସୁରକ୍ଷିତ…
Tumblr media
View On WordPress
0 notes
kabita-minar · 2 years
Text
ଫଗୁଣେ କି ରଙ୍ଗ ଲାଗିଲା - ଶୁଭ୍ରାଂଶୁ ଭୂଷଣ ମେହେର
ଫଗୁଣେ କି ରଙ୍ଗ ଲାଗିଲା – ଶୁଭ୍ରାଂଶୁ ଭୂଷଣ ମେହେର
ଫଗୁଣ ଆସିଛି ମୋ ପ୍ରିୟାର ପାଇଁ ଦେଇଛି ରଙ୍ଗ ଲଗେଇ ପ୍ରୀତି ରଙ୍ଗ ସେଠି ବୋଳି ହୋଇଗଲା ମୋ ପ୍ରିୟା ହେଉଛି ବାଇ l ଫଗୁଣର ରଙ୍ଗ ଛାଡ଼ିଯିବ ଦିନେ ପ୍ରୀତି ରଙ୍ଗ କି ଛାଡିବ ରଙ୍ଗ ଲଗେଇକି ସେ ଫଗୁଣ ପୁଣି ତାର ବାଟେ ଚାଲିଯିବ l ଫଗୁଣ ରଙ୍ଗରେ ରଙ୍ଗେଇ ହୋଇଣ ପ୍ରିୟା ମୋର ଖୁସି ପାଏ ଜାଣେନା ଫଗୁଣ ମୋ ପ୍ରିୟାର ମନ ତା ରଙ୍ଗେ ରଙ୍ଗେଇ ଦିଏ l ଚାଲିଯିବ ଯେବେ ଏ ଫଗୁଣ ପୁଣି କିଏ ରଙ୍ଗ ଲଗେଇବ ମୋ ପ୍ରେମ ରଙ୍ଗରେ ଭିଜିଅଛି ପ୍ରିୟା କାଳ କାଳ ରହିଥିବ l ଫଗୁଣ ଭାବିଛୁ ତୋ ରଙ୍ଗ ଲଗେଇ ପ୍ରିୟା…
Tumblr media
View On WordPress
0 notes
kabita-minar · 2 years
Text
ମହାବାହୁ - ଉପେନ୍ଦ୍ର କୁମାର ବସ୍ତିଆ
ମହାବାହୁ – ଉପେନ୍ଦ୍ର କୁମାର ବସ୍ତିଆ
ଏ ସାରା ବିଶ୍ୱର ଏକ କଳାକାର ମାୟା ତବ ଅଗୋଚର ମାୟାରେ ବାନ୍ଧିଛ ସାରା ଜଗତକୁ ହୋଇ ଶାଖା ସହୋଦର ।୧ ଆହେ ବିଶ୍ୱପ୍ରେମ୍ ନ ହୋଇ ମଉନ ଦିଅ ହେ ଆଶିଷ ଢ଼ାଳି ତୁମକୁ ପ୍ରଣତି ଏ ବିଶ୍ଵ ଢାଳୁଛି ସମର୍ପଣ ମୁଦ୍ରା ତୋଳି ।୨ ଅଚିହ୍ନା ରୋଗରେ ବିଶ୍ଵ ଆତଙ୍କିତ ପ୍ରତି ପ୍ରାଣ ବ୍ୟାକୁଲିତ ସନ୍ତାପିତ ପ୍ରାଣେ ଦିଅ ହେ ସାନ୍ତନା ଶାନ୍ତି ଲଭୁ ଏ ଜଗତ ।୩ ତୁମ ଆଜ୍ଞା ବିନା ପତ୍ର ହେଲେ ନାହିଁ ଚେତନାର କେନ୍ଦ୍ରବିନ୍ଦୁ ଯାହା କିଛି ହୁଏ ତୁମରି ଇଙ୍ଗିତେ ରଖ ହେ ଜଗତ ବନ୍ଧୁ ।୪ ବିଶ୍ଵ ଜନତାଙ୍କ ଭାଗ୍ୟ ତୁମ…
Tumblr media
View On WordPress
0 notes
kabita-minar · 2 years
Text
ଭକ୍ତି ନୈବେଦ୍ୟ(୨୨) - ସସ୍ମିତା ପଣ୍ଡା
ଭକ୍ତି ନୈବେଦ୍ୟ(୨୨) – ସସ୍ମିତା ପଣ୍ଡା
ତୁମେ ସକାଳର ପହିଲି ମହକେ ମିଳନର ଆବାହନୀ । ମହଣେ ମୋହରେ ପ୍ରଲମ୍ବିତ ଆଶା ମୁଁ ଅପେକ୍ଷାର ସୁରଧୁନୀ ।। ମୁଗ୍ଧ ମନ୍ଦାକିନୀ ପ୍ରାଣତନ୍ତ୍ର ତୁମେ ମୁକ୍ତିତୀର୍ଥ ସଞ୍ଜିବନୀ । ଅୟୂତ ଯାତନା ମୁଖବନ୍ଧ ମୁଁ ଯେ ମାୟାବୃତ୍ତ ସ୍ରୋତସ୍ବନୀ ।। ଅନ୍ତରୁ ଅନନ୍ତ ତନ୍ମୟ ସ୍ବାକ୍ଷର ସଂସିଦ୍ଧି ଶାଶ୍ବତ ଝର । ମୁଁ ଯେ ରଙ୍ଗହୀନ ଚିତ୍ରାଙ୍କନ ଟିଏ ରୁଚି ଅଭିରୁଚି ସ୍ବର ।। ନବ ଧରଣୀର ବିଚିତ୍ର ବିଭବ ତୁମେ ତୃପ୍ତି ସଂକୀର୍ତ୍ତନ । ମୁଁ ଅହମିକା ପ୍ରଚ୍ଛଦ ପଟରେ ଗୋଟେ ବୃଥା ଆସ୍ଫାଳନ ।। ତୁମେ ସଂକଳ୍ପିତ…
Tumblr media
View On WordPress
0 notes
kabita-minar · 2 years
Text
ବାସନ୍ତୀ ଦେବୀ - ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା
ବାସନ୍ତୀ ଦେବୀ – ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା
  ଋତୁରାଜ ଆସନ୍ତେ ଧରା ବକ୍ଷରେ l ନୂତନ କିଶଳୟ ପାଦପ ଧରେ ଯେ ll କିଂଶୁକ ବନ ଦିଶେ ଅରୁଣ ଶୋଭା l ଚ୍ୟୁତ ବକୁଳ ବାସ କି ମନଲୋଭା ଯେ ll ନାନାବର୍ଣ୍ଣ କୁସୁମ ବାସ ମହକେ l ଶୁକ କୋକିଳ ଶାରୀ ପିକ ଓ ଭେକେ ଯେ ll ଆର୍ତ୍ତ ମଦନେ ସର୍ବେ କୁସୁମକରେ ବାସନ୍ତୀ ବିଜେକଲେ ପୃଥ୍ଵୀ ପୃଷ୍ଠରେ ଯେ ll ବସନ୍ତେ ଆଗମନ “ଦେବୀ ବାସନ୍ତୀ” l ଋତୁରାଜ ଗମନ କାଳେ ଆସନ୍ତି ଯେ ll ଦେବ ଶକ୍ତି ପୁଞ୍ଜରୁ ମେଧା ଆଶ୍ରମେ l ଯଜ୍ଞାଽନଳୁ ଶମ୍ଭୁତା ଏ ଧରା ଧାମେ ଯେ ll ମହିଷା ଉପଦ୍ରଵ ସହିନପାରି l ଦେବେ…
Tumblr media
View On WordPress
0 notes
kabita-minar · 2 years
Text
ନାରୀ ନାରାୟଣୀ - ଡ.ଅଲେଖ ପ୍ରସାଦ ମହାରଣା
ନାରୀ ନାରାୟଣୀ – ଡ.ଅଲେଖ ପ୍ରସାଦ ମହାରଣା
ନିରବଧି ବହି ଚାଲେ ନଦୀ ସମ ଅଙ୍କା ବଙ୍କା ପଥ ଦେଇ, ନିରନ୍ତର ବାଣ୍ଟି ଚାଲେ ମମତା ପୀୟୂଷ ନିଜେ ଦୁଃଖ ସହି। ଜନନୀ ଜାୟା ଭଗିନୀ ରୂପ ପରକାଶୀ ଏହି ଧରଣୀରେ କେତେ ଆଶା କେତେ ସ୍ୱପ୍ନ କରିଛି ପୂରଣ ସଂସାର ଦାୟରେ। ବିଶ୍ୱାସ ଭରସା ରଖି କେତେ ଆଶା ତୋଳେ ସୁନାର ସଂସାର ନିନ୍ଦା ଅପମାନ କଷ୍ଟ ତା ଭୂଷଣ ଦିଅଇ ଖୁସି ଅପାର । ସ୍ୱାଧୀନ ହୋଇ ବି ସ୍ୱାଧୀନତା ନାହିଁ କେବେ ଜୀବନେ ତାହାର ଦୁଃଖ ଯନ୍ତ୍ରଣାର ଗରଳ ପିଅଇ ହୋଇ ନୀଳକଣ୍ଠେଶ୍ୱର। ବୀର ପ୍ରସବିନୀ କରୁଣା ଦାୟିନୀ ଗୀତା ଠୁ ଅତି ପବିତ୍ର ସୃଷ୍ଟି…
Tumblr media
View On WordPress
0 notes
kabita-minar · 2 years
Text
ଚେନାଏ ହସ - ସୁକାନ୍ତ ଖଣ୍ଡା
ଚେନାଏ ହସ – ସୁକାନ୍ତ ଖଣ୍ଡା
ତୁମେ କେଉଁଠି ଚେନାଏ ହସ ଦେଖିଛନ୍ତି କି? ଯଦି ହଁ ଆପଣ ଆପଣ ଖୁବ୍ ଭାଗ୍ଯବାନ ଯଦି ନା ଏବେ ହିଁ ଦେଖିବାକୁ ଯା’ନ୍ତୁ। କହୁଥିଲେ କବି ପଢୁଥିଲେ ପାଠକ ପାଠିକା। ଜଣେ ପାଠିକା କହିଲେ କବି ବନ୍ଧୁ ମୋତେ ଜଣା ନାହିଁ ଚେନାଏ ହସ କେଉଁଠି ଫୁଟେ ସ୍ବର୍ଗରେ,ନର୍କରେ ନା ଏ ମର୍ତ୍ତ୍ଯର ଧାମରେ? ହସିଦେଲେ କବି କହିଲେ ଭଉଣୀ ଯେଉଁଠି ସ୍ନେହ,ପ୍ରେମ ଆଉ ଭଲ ପାଇବା ନିରନ୍ତର ଗଚ୍ଛିତ ପ୍ରତିହୃଦେ ସମର୍ପଣ ଭାବ ଧର୍ମରେ,କର୍ମରେ ଆଉ ବିନା ଆସକ୍ତିରେ ଯେମିତି ସମୁଦ୍ରର ଲହରୀ ବିନ୍ଦୁବିନ୍ଦୁ କାକରର…
Tumblr media
View On WordPress
0 notes